ପ୍ରଥମ ରାଜାବଳୀ 9 : 1 (ORV)
ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ, ସେସବୁର ନିର୍ମାଣ ସମାପ୍ତ କରନ୍ତେ,
ପ୍ରଥମ ରାଜାବଳୀ 9 : 2 (ORV)
ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବୀୟୋନରେ ଦର୍ଶନ ଦେଇଥିଲେ, ସେପରି ଦ୍ଵିତୀୟ ଥର ତାଙ୍କୁ ଦର୍ଶନ ଦେଲେ ।
ପ୍ରଥମ ରାଜାବଳୀ 9 : 3 (ORV)
ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଆମ୍ଭ ସାକ୍ଷାତରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଲୁ; ଆମ୍ଭର ନାମ ସଦାକାଳ ସ୍ଥାପନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ଗୃହ ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ପୁଣି ତହିଁ ପ୍ରତି ଆମ୍ଭ ଦୃଷ୍ଟି ଓ ଆମ୍ଭ ଅନ୍ତଃକରଣ ନିତ୍ୟ ରହିବ।
ପ୍ରଥମ ରାଜାବଳୀ 9 : 4 (ORV)
ଆଉ ଆମ୍ଭେ ତୁମ୍ଭକୁ ଯେସମସ୍ତ ଆଜ୍ଞା ଦେଇଅଛୁ, ତଦନୁସାରେ କର୍ମ କରିବା ପାଇଁ ଯେବେ ତୁମ୍ଭେ ଆପଣା ପିତା ଦାଉଦ ପରି ଏକା; ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି ଆମ୍ଭ ବିଧି ଓ ଶାସନ ପାଳନ କରିବ;
ପ୍ରଥମ ରାଜାବଳୀ 9 : 5 (ORV)
ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ, ଏହି ଯେ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନ; କାଳ ସ୍ଥିର କରିବା ।
ପ୍ରଥମ ରାଜାବଳୀ 9 : 6 (ORV)
ମାତ୍ର ଯେବେ ତୁମ୍ଭେମାନେ, ତୁମ୍ଭେମାନେ ଅବା ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭ ପଶ୍ଚାତ୍ଗମନରୁ ଫେରିବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭ ସ୍ଥାପିତ ଆଜ୍ଞା ଓ ବିଧି ପାଳନ ନ କରିବ, ମାତ୍ର ଯାଇ ଅନ୍ୟ ଦେବଗଣକୁ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
ପ୍ରଥମ ରାଜାବଳୀ 9 : 7 (ORV)
ତେବେ ଆମ୍ଭେ ଇସ୍ରାଏଲକୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା; ପୁଣି ଆପଣା ନାମ ନିମନ୍ତେ ଏହି ଯେଉଁ ଗୃହ ପବିତ୍ର କଲୁ, ତାହା ଆପଣା ଦୃଷ୍ଟିରୁ ଦୂର କରିବା ଓ ଇସ୍ରାଏଲ ସମୁଦାୟ ଗୋଷ୍ଠୀ ମଧ୍ୟରେ ଗଳ୍ପର ଓ ଉପହାସର ଏକ ବିଷୟ ହେବ;
ପ୍ରଥମ ରାଜାବଳୀ 9 : 8 (ORV)
ଆଉ ଏହି ଗୃହ ଏଡ଼େ ଉଚ୍ଚ ହେଲେ ହେଁ, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ଶୀଶ୍ ଦେଇ କହିବେ, ସଦାପ୍ରଭୁ କିହେତୁ ଏହି ଦେଶ ଓ ଏହି ଗୃହ ପ୍ରତି ଏପରି କଲେ?
ପ୍ରଥମ ରାଜାବଳୀ 9 : 9 (ORV)
ତହିଁରେ ଲୋକମାନେ ଉତ୍ତର କରିବେ, ସଦାପ୍ରଭୁ ସେମାନଙ୍କ ପରମେଶ୍ଵର, ଯେ ସେମାନଙ୍କ ପିତୃଗଣକୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ; ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି ।
ପ୍ରଥମ ରାଜାବଳୀ 9 : 10 (ORV)
ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ, ଏହି ଦୁଇ ଗୃହ ନିର୍ମାଣ କରିବା ପାଇଁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା;
ପ୍ରଥମ ରାଜାବଳୀ 9 : 11 (ORV)
ତହିଁର ଶେଷରେ ଶଲୋମନ ରାଜା ସୋରର ରାଜା ହୀରମ୍କୁ; ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ; ଏହି ହୀରମ୍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ତାଙ୍କୁ ଯୋଗାଇ ଦେଇଥିଲା ।
ପ୍ରଥମ ରାଜାବଳୀ 9 : 12 (ORV)
ଏଉତ୍ତାରେ ହୀରମ୍ ଶଲୋମନଙ୍କର ଦତ୍ତ ନଗରମାନ ଦେଖିବାକୁ ସୋରରୁ ଆସିଲା, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ ।
ପ୍ରଥମ ରାଜାବଳୀ 9 : 13 (ORV)
ତହୁଁ ସେ କହିଲା, ହେ ମୋହର ଭାଇ, ଏସବୁ କିପରି ନଗର ମୋତେ ଦେଇଅଛ? ପୁଣି ସେ ସେହିସବୁର ନାମ କାବୁଲ ଦେଶ ଦେଲା, ସେହି ନାମ ଅଦ୍ୟାପି ଅଛି ।
ପ୍ରଥମ ରାଜାବଳୀ 9 : 14 (ORV)
ପୁଣି ହୀରମ୍ ଏକ ଶହ କୋଡ଼ିଏ ତାଳ; ସୁନା ରାଜାଙ୍କ ନିକଟକୁ ପଠାଇ ଦେଲା ।
ପ୍ରଥମ ରାଜାବଳୀ 9 : 15 (ORV)
ସଦାପ୍ରଭୁଙ୍କ ଗୃହ ଓ ଆପଣା ନିଜ ଗୃହ ଓ ମିଲ୍ଲୋ ଓ ଯିରୂଶାଲମର ପ୍ରାଚୀର ଓ ହାତ୍ସୋର ଓ ମଗିଦ୍ଦୋ⇧ ଓ ଗେଷର ନିର୍ମାଣ କରିବା ପାଇଁ ଶଲୋମନ ଯେଉଁ ବେଠିକର୍ମକାରୀମାନଙ୍କୁ ସଂଗ୍ରହ କରିଥିଲେ, ତହିଁର ବିବରଣ ।
ପ୍ରଥମ ରାଜାବଳୀ 9 : 16 (ORV)
ମିସରର ରାଜା ଫାରୋ ଯାଇ ଗେଷର ହସ୍ତଗତ କରି ତାହା ଅଗ୍ନିରେ ଦଗ୍ଧ କରି ତନ୍ନିବାସୀ କିଣାନୀୟମାନଙ୍କୁ ବଧ କରି ତାହା ଯୌତୁକ ରୂପେ ଆପଣା କନ୍ୟା ଶଲୋମନଙ୍କର ଭାର୍ଯ୍ୟାକୁ ଦେଇଥିଲା ।
ପ୍ରଥମ ରାଜାବଳୀ 9 : 17 (ORV)
ଏହେତୁ ଶଲୋମନ ଦେଶ ମଧ୍ୟରେ ଗେଷର ଓ ଅଧଃସ୍ଥିତ ବୈଥୋରଣ
ପ୍ରଥମ ରାଜାବଳୀ 9 : 18 (ORV)
ଓ ବାଲତ୍ ଓ ପ୍ରାନ୍ତରସ୍ଥ ତାମୋର,
ପ୍ରଥମ ରାଜାବଳୀ 9 : 19 (ORV)
ଆଉ ଶଲୋମନଙ୍କର ଯେ ଯେ ଭଣ୍ତାର-ନଗର ଥିଲା, ତାହାସବୁ ଓ ରଥ ପାଇଁ ନଗର ଓ ଅଶ୍ଵାରୋହୀ-ମାନଙ୍କ ପାଇଁ ନଗର, ପୁଣି ଯିରୂଶାଲମରେ ଓ ଲିବାନୋନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଯାହା ଯାହା ନିର୍ମାଣ କରିବାକୁ ଶଲୋମନ ସନ୍ତୁଷ୍ଟ ହେଲେ, ତାହାସବୁ ନିର୍ମାଣ କଲେ ।
ପ୍ରଥମ ରାଜାବଳୀ 9 : 20 (ORV)
ଯେଉଁମାନେ ଇସ୍ରାଏଲ-ସନ୍ତାନ ନୁହନ୍ତି, ଏପରି ଯେସକଳ ଇମୋରୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ;
ପ୍ରଥମ ରାଜାବଳୀ 9 : 21 (ORV)
ଅର୍ଥାତ୍, ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ-ସନ୍ତାନଗଣ ବର୍ଜିତ ରୂପେ ବିନାଶ କରି ପାରି ନ ଥିଲେ, ସେମାନଙ୍କ ମଧ୍ୟରୁ ଶଲୋମନ ଆଜିଯାଏ ବେଠିକର୍ମ କରିବା ପାଇଁ ଦାସ ସଂଗ୍ରହ କଲେ ।
ପ୍ରଥମ ରାଜାବଳୀ 9 : 22 (ORV)
ମାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଶଲୋମନ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ତାଙ୍କ ରାଜଭୃତ୍ୟ ଓ ତାଙ୍କ ଅଧିପତି ଓ ତାଙ୍କର ସେନାପତି ଓ ତାଙ୍କ ରଥ ଓ ଅଶ୍ଵାରୋହୀମାନଙ୍କ ଉପରେ ଅଧ୍ୟକ୍ଷ ଥିଲେ ।
ପ୍ରଥମ ରାଜାବଳୀ 9 : 23 (ORV)
ସେମାନଙ୍କ ମଧ୍ୟରୁ ପାଞ୍ଚ ଶହ ପଚାଶ ଜଣ ଶଲୋମନଙ୍କର କର୍ମରେ ନିଯୁକ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ । ସେମାନେ କର୍ମକାରୀ ଲୋକମାନଙ୍କ ଉପରେ କର୍ତ୍ତୃତ୍ଵ କଲେ ।
ପ୍ରଥମ ରାଜାବଳୀ 9 : 24 (ORV)
ମାତ୍ର ଫାରୋର କନ୍ୟା ଦାଉଦ-ନଗରରୁ ଶଲୋମନଙ୍କ ଦ୍ଵାରା ତାହା ପାଇଁ ନିର୍ମିତ ଆପଣା ଗୃହକୁ ଆସିଲା; ତେବେ ଶଲୋମନ ମିଲ୍ଲୋ ନିର୍ମାଣ କଲେ⇧ ।
ପ୍ରଥମ ରାଜାବଳୀ 9 : 25 (ORV)
ପୁଣି ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ଧୂପ ଜ୍ଵଳାଇ ବର୍ଷକେ ତିନି ଥର ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ । ଏହିରୂପେ ସେ ଗୃହ-ନିର୍ମାଣ ସମାପ୍ତ କଲେ ।
ପ୍ରଥମ ରାଜାବଳୀ 9 : 26 (ORV)
ଅନନ୍ତର ଶଲୋମନ ରାଜା ଇଦୋମ ଦେଶରେ ସୂଫ ସମୁଦ୍ରତୀରସ୍ଥ ଏଲତ ନିକଟବର୍ତ୍ତୀ ଇତ୍ସୀୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ ।
ପ୍ରଥମ ରାଜାବଳୀ 9 : 27 (ORV)
ପୁଣି ହୀରମ୍ ସେହି ଜାହାଜରେ ଶଲୋମନଙ୍କର ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲା ।
ପ୍ରଥମ ରାଜାବଳୀ 9 : 28 (ORV)
ଆଉ ସେମାନେ ଓଫୀରକୁ ଯାଇ ସେଠାରୁ ଚାରି ଶହ କୋଡ଼ିଏ ତାଳ; ସୁନା ନେଇ ଶଲୋମନ ରାଜାଙ୍କ ନିକଟକୁ ଆଣିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: